ରକ୍ଷା କର ହେ ସାଇ
💐💐💐💐💐💐💐💐💐
ସମସ୍ତ ମଣିଷ ଭିତରେ ଏକ ଭୟ ସଞ୍ଚାର ହୋଇ ଯାଇ ଅଛି । ଭୟର ଛାଇ ଆମକୁ ଏତେ ଭୟଭୀତ କରୁଅଛି ଯେ , ଆମେ ଭୂଲି ଯାଉ ଅଛେ ଭଗବାନଙ୍କ ସୃଷ୍ଟିକୁ । ସେ ମାଲିକ ଆମେ ଚାକର ଏହି ଛୋଟ ଭାବର ଅଭାବ ଥିବା ଯୋଗୁଁ ଆମେ ଆଜି ଭୟରେ ଛଟପଟ ହୋଉ ଅଛେ । ଭୟ କିପରି ହଟିବ ତାହା ଆମେ ଜାଣି ମଧ୍ୟ ପାଗଳ ପରିକା ଘୁରି ଵୁଲୁଛେ । ଆମକୁ ଯିଏ ଗଢ଼ି ଅଛନ୍ତି କେବଳ ତାଙ୍କ ଆଦେଶ ମାନି କାର୍ଯ୍ୟ କରିବା ପାଇଁ ଆମର ଜନ୍ମ । ତାଙ୍କର ପାଖରେ ବିନମ୍ର ଭାବ ଦୂର ହେବାର ଅଭ୍ୟାସ କୁ ମାନିବା ଫଳରେ ବିଭିନ୍ନ ଜାଗତିକ ସମସ୍ୟା ସୃଷ୍ଟି ହୋଉଛି । ଆଜି ରୋଗ ର ଭୟର ବାତାବରଣ ବିଶ୍ବସାରା ଖେଳି ଯାଇ ଅଛି ।
ତେବେ ଏଥିରୁ ନିଜେ ମୁକ୍ତ ସହିତ ବିଶ୍ୱ ଭୟ ମୁକ୍ତ ପାଇଁ ଚେଷ୍ଟା ଜରୁରୀ । କେବଳ ସଚେତନ ହେବା ନିତାନ୍ତ ଜରୁରୀ । ସରଳ ଉପାୟ ଅବଲମ୍ବନ କରିବା ଦରକାର । ସଦଗୁରୁ ଶ୍ରୀ ସାଇଙ୍କର ପାଖରେ ତେଲ କିମ୍ବା ଘିଅରେ ଦୀପ ଜାଳି ସାଇ ସତଚରିତ ନିଜ ପରିବାର ଭିତରେ ସାମୁହିକ ଭାବେ ପଠନ କରିବା । ଆମମାନଙ୍କର ଗୃହକୁ ଏକ ପବିତ୍ର ବାତାବରଣ ଆସିବା ସହିତ ମାନସିକ ସ୍ତରର ବିକାଶ ଆସିବ । ସବୁ କୁ ସାମ୍ନା କରିବାର ଶକ୍ତି ମିଳିଯିବ । ରୋଗ ର ଭୟଙ୍କର ବାତାବରଣ ଅନିଷ୍ଟ କରିପାରିବ ନାହିଁ ।
ସାଇ ସତଚରିତ ପାଠରେ ଏତେ ଉର୍ଜା ମିଳିବ ଯେ ତାହା ଆମକୁ ନୀରୋଗ ପାଇଁ ସହାୟ ହେବ ।
ସମସ୍ତେ ସତଚରିତ ପାଠ କରି ସାଇଙ୍କୁ ଗୁହାରି କରିବା ହେ ସାଇ ଆପଣ ବିଶ୍ୱକୁ ରୋଗ ମୁକ୍ତ କରନ୍ତୁ ।
ବିଶ୍ୱର କଲ୍ୟାଣ ନିମନ୍ତେ ସାଇ ସତଚରିତ ସମସ୍ତେ ପାଠ କରିବା ସହ ସାଇ ସାଇ ସାଇ ଜପିବା ଉଚିତ ।

Sai sai sai
ReplyDelete