ଜଗତର କଲ୍ୟାଣ ପାଇଁ ଗୁହାରୀ
***********************
ନିଜର ଉନ୍ନତି ପାଇଁ ଜୀବନ ସାରା ସାଇଙ୍କୁ ମାଗି ଚାଲିଅଛୁ । ଦୟାଳୁ ସାଇ ଆମର କାମନା ପୁରଣ କରି ସାରିଲା ପରେ ମଧ୍ୟ ମାଗୁଣି କରୁଛୁ । ଆଜି ନିଜର ବିପଦ ସହିତ ଜଗତର ବିପଦ ମାଡ଼ି ଆସୁଅଛି । ସମସ୍ତେ ଭୟରେ ଅଛନ୍ତି । ଛୋଟ ଠାରୁ ବୟସ୍କ ପଯ୍ୟନ୍ତ ଚିନ୍ତା କେବଳ ଜୀବନ ରକ୍ଷା ପାଇଁ । ବିଶ୍ୱ ଏକ ମହାମାରୀ କୁ ସାମ୍ନା କରୁଛି । କେତେ ଭୟ ସମସ୍ତଙ୍କଭିତରେ ।
ଏଭଳି କାଳ ରାକ୍ଷସକବଳରୁ ମୁକ୍ତି ର ବାଟ ଖୋଜୁଛି ଏହି ମାନବ ସମାଜ । ଭୂଲି ଯାଉଛି ଇଶ୍ଵରଙ୍କର ସୃଷ୍ଟି କୁ । ସୃଷ୍ଟି ପରେ ବିନାଶ ନିଶ୍ଚିତ ଏହି ଚେତନା ହଜିଯାଇଛି ମାୟାରେ ପଡ଼ି । ତଥାପି ଇଶ୍ଵର ଅନାଇ ଅଛନ୍ତି ସେଇ ସମର୍ପଣ ଭାବର ପ୍ରାଥନା କୁ ...ଇଶ୍ଵର ପାଖରେ ପହଞ୍ଚିବା ପାଇଁ ଯିଏ ଆମର ହାତ ଧରି ଅଛନ୍ତି ସେହି ଗୁରୁ ବି ଦେଖୁ ଅଛନ୍ତି ଆମମାନଙ୍କ ଭାବକୁ । ଗୁରୁ ଯେ ଭାବରେ ବନ୍ଧା ଏହି ଚେତନା ଏପରି ମୁହୁର୍ତ୍ତରେ ହଜିଯାଇଛି । ଆଦୌ ମନକୁ ଏପଟ ସେପଟ ନଲଗାଇ କିମ୍ବା ପାଗଳ ପରିକା ବୁଲିବା ଛାଡ଼ି ଏକାନ୍ତ ଚିତ୍ତ ରେ ଡାକନ୍ତୁ ସାଇ ସାଇ ସାଇ ...
ସାଇ ହିଁ ଶୁଣି ପାରିବେ ଆମର ନିବେଦକ କୁ ଆଉ ମହା ବିପଦ କୁ ମଧ୍ୟ ଟାଳି ଦେବେ ।
ଜଗତର କଲ୍ୟାଣ ଓ ବିପଦ ମୁକ୍ତ ପାଇଁ ସାଇ ସାଇ ସାଇ ନିରନ୍ତର ଜପ କରି ଏକ ଭୟ ମୁକ୍ତ ବିଶ୍ୱ ହେଉ ଏହା ହିଁ ସମସ୍ତ ସାଇ ଭକ୍ତଙ୍କ ଶିରିଡି ର ଯୋଗୀରାଜ ସାଇ ପାଖରେ ନିବେଦନ ହେଉ ।

Comments
Post a Comment