ସାଇ ବାଣୀ
ଶାସ୍ତ୍ର ଅନୁସାରେ ଗୁରୁ ସବୁ ଯୁଗରେ ପୂଜିତ । ଗୁରୁ ହିଁ ଅମୃତ, ପରଶମଣି ଓ କଳ୍ପବୃକ୍ଷ କହିବାର ଏକମାତ୍ର କାରଣ ସେ ଶିଷ୍ୟ କି ଭକ୍ତମାନଙ୍କୁ ଶିକ୍ଷା ଦେବା ସହ ଜ୍ଞାନର ଆଲୋକ ପ୍ରଦାନ କରନ୍ତି । କିନ୍ତୁ ଶିଷ୍ୟ କେତେ ପରିମାଣ ରେ ଉପଯୁକ୍ତ ହୋଇ ଅଛି ତାକୁ ମଧ୍ୟ ଗୁରୁ ପରଖି ଥାନ୍ତି । ଗୁରୁ ପାଖରେ ଆମମାନଙ୍କ ର କେତେ ସମର୍ପଣ ର ଚିନ୍ତନ ଅଛି ତାହା ଜାଣିବା ପାଇଁ ଗୁରୁଙ୍କର ଏକ ଗୁପ୍ତ ଶକ୍ତି କାମ କରୁଥାଏ । ଶିଷ୍ୟମାନେ କେବେ ଅନୁଭବ କରି ପାରନ୍ତି ନାହିଁ । ବେଳେ ବେଳେ ଶିଷ୍ୟ କି ଭକ୍ତ ବଡ଼ ଗୁରୁତର ଭୂଲ କରିପକାଏ । ସେ ମାଗେ କାରଣ ଧୌର୍ଯ୍ୟ ତାର ପାଖରେ କିଛି ନୁହେଁ ବୋଲି ଅନୁଭବ ହେଲା ପରେ । ଏହି ଠାରେ ତାର ସମର୍ପଣ ର ମାନ ଦଣ୍ଡ ନିମ୍ନ ହୋଇ ଯାଏ ।
ଶ୍ରୀ ସାଇ ବାବାଙ୍କ ପାଖକୁ ଅନେକ ଯାଉଥିଲେ କିଛି ମାଗିବା ପାଇଁ , ଅନେକ ଯାଆନ୍ତି ଦରଶନ ପାଇଁ ,ଅନେକ ଯାଆନ୍ତି ତାଙ୍କର କୃପା ପାଇଁ ଏହିପରି ବହୁତ କମ ଭକ୍ତ ଯାଆନ୍ତି ତାଙ୍କ ପାଖରେ ରହି ଗୁରୁ କରମ କରିବା ପାଇଁ । କିଛି ବି କାମନା ନଥାଏ ଏହି ମାନଙ୍କ ପାଖରେ । କେବଳ ଦିବାରାତ୍ର ଗୁରୁ ଚିନ୍ତନ ଆଉ ତାଙ୍କ ବାଣୀ ହିଁ ଏମାନଙ୍କ ପାଇଁ ଅମୃତ ତୁଲ୍ୟ ।
ନିଜକୁ ଗୁରୁ କରମ ଆଉ ତାଙ୍କର ବାଣୀ ମନନ କରି ସାର୍ଥକ
ଜୀବନ କଟାଇବା ଏହି ଆଶିଷ କେବଳ ତାଙ୍କ ଠାରୁ ଆଶା କରିବା ଉଚିତ ।

Comments
Post a Comment