Skip to main content

ସାଇ ବାଣୀ



ଦେବପୁତ୍ର ଶ୍ରୀ ଗୁରୁ ସାଇ
    ଦିବାରାତ୍ର ଖୋଜୁଛି ମୁଁ ତୁମକୁ
      ତୁମ୍ଭର ଦର୍ଶନ ପାଇଁ ...
କାହିଁକି ମତେ ତୁମେ ଘୃଣା କରୁଛ ସାଇ 
ମୁଁ ପାପୀ କିଛି ବୁଝି ପାରୁନାହିଁ ।
କେତେ ଆଶା ନେଇ ଡାକୁଛି ତୁମ କୁ
କଣ୍ଠମୋର ପଡ଼ିଲାଣି ,ନିରାଶ ମୁଁ ହେଲିଣି
ଟିକିଏ ଦରଶନ ପାଇଁ ହେ ସାଇ ...
ଆସ ମୋ ଶିରେ ରଖ ତୁମ ଦିବ୍ୟ ହସ୍ତ ,
କ୍ଷମା ଦିଅ ମତେ ଡାକୁଛି ଯୋଡ଼ି ହାତ ।
ହେ ସାଇ ..
ଏତେ ବିଳମ୍ବ କରୁଛ କି ପାଇଁ 
ମୁଁ ପାପୀ ତୁମକୁ ଚିହ୍ନି ପାରୁନାହିଁ ,
ସେହି ଦିଵ୍ୟ ଦରଶନ ଦିଅ ହେ ସାଇ ।
ତୁମେ ମୋର ସବୁକିଛି ଭାବିଲା ବେଳକୁ
ମତେ କିମ୍ପା କରୁଛ ଏତେ ହତାଦର
ହେ ସାଇ...
ଦେବ ପୁତ୍ର ଶ୍ରୀ ଗୁରୁ ସାଇ ...

Comments

Popular posts from this blog

ସାଇ ବାଣୀ

                          ଜଗତର କଲ୍ୟାଣ ପାଇଁ ଗୁହାରୀ                         ***********************                   ନିଜର ଉନ୍ନତି ପାଇଁ ଜୀବନ ସାରା ସାଇଙ୍କୁ ମାଗି ଚାଲିଅଛୁ । ଦୟାଳୁ ସାଇ ଆମର କାମନା ପୁରଣ କରି ସାରିଲା ପରେ ମଧ୍ୟ ମାଗୁଣି କରୁଛୁ । ଆଜି ନିଜର ବିପଦ ସହିତ ଜଗତର ବିପଦ ମାଡ଼ି ଆସୁଅଛି । ସମସ୍ତେ ଭୟରେ ଅଛନ୍ତି । ଛୋଟ ଠାରୁ ବୟସ୍କ ପଯ୍ୟନ୍ତ ଚିନ୍ତା କେବଳ ଜୀବନ ରକ୍ଷା ପାଇଁ । ବିଶ୍ୱ ଏକ ମହାମାରୀ କୁ ସାମ୍ନା କରୁଛି  । କେତେ ଭୟ ସମସ୍ତଙ୍କଭିତରେ ।         ଏଭଳି କାଳ ରାକ୍ଷସକବଳରୁ ମୁକ୍ତି ର ବାଟ ଖୋଜୁଛି ଏହି ମାନବ ସମାଜ । ଭୂଲି ଯାଉଛି ଇଶ୍ଵରଙ୍କର ସୃଷ୍ଟି କୁ । ସୃଷ୍ଟି ପରେ ବିନାଶ ନିଶ୍ଚିତ ଏହି ଚେତନା ହଜିଯାଇଛି ମାୟାରେ ପଡ଼ି । ତଥାପି ଇଶ୍ଵର ଅନାଇ ଅଛନ୍ତି ସେଇ ସମର୍ପଣ ଭାବର ପ୍ରାଥନା କୁ ...ଇଶ୍ଵର ପାଖରେ ପହଞ୍ଚିବା ପାଇଁ ଯିଏ ଆମର ହାତ ଧରି ଅଛନ୍ତି ସେହି ଗୁରୁ ବି ଦେଖୁ ଅଛନ୍ତି ଆମମାନଙ୍କ ଭାବକୁ ।  ଗୁରୁ ଯେ ଭାବରେ ବନ୍ଧା ଏହି ଚେତନା ଏପରି ମୁହୁର୍ତ୍ତରେ ହଜିଯାଇଛି । ଆଦୌ ମନକୁ ଏପଟ ସେପଟ ନଲଗାଇ କିମ୍ବା ପାଗଳ ପ...