Skip to main content

ସାଇ ବାଣୀ--ନବରାତ୍ରୀ


      ପବିତ୍ର ନବରାତ୍ରୀ
   
💐💐💐💐💐💐
                             ପବିତ୍ର ନବରାତ୍ରୀ ରେ ସବୁ ସାଇ ଭକ୍ତମାନେ ପାଳନ କରିବା ନିତାନ୍ତ ଜରୁରୀ ନହୋଇ ପାରେ । ଏହି ବର୍ଷ ର ନବରାତ୍ର କୁ ଗୁରୁଙ୍କ ପାଖରେ ପୁଣି ନିଜ ବାସଗୃହ ରେ ମାନିବା ବହୁତ ଜରୁରୀ ଅଟେ । ଏହି ଭିତରେ ଗୁରୁବାର ପଡୁଥିବା ରୁ ଆମେ ସମସ୍ତେ ଆମର ପରିବାର ଭିତରେ ସାଇ ସତଚରିତ ର ପାଠ କରିବା ଉଚିତ  । ସାତ ଦିନ ନିଜର ହିତ ,ପଡୋଶୀର ହିତ ,ଦେଶର ହିତ ଏପରି ବିଶ୍ୱର ହିତ ପାଇଁ ଏହି ପଠନ କରି ଆତଙ୍କ କୁ ଦୂର କରିବା । ସାମୁହିକ ସତଚରିତ ପଠନ ର ଫଳ ବ୍ୟକ୍ତିଗତ ପଠନ ଠାରୁ ବେଶୀ ମିଳେ  । ପରିବାର ଭିତରେ ସାମୁହିକ ସତଚରିତ ପଠନ ର ଫଳ ଆମେ ପାଇବା ସହିତ ଆତଙ୍କ ରେ ପିଡୀତ ଥିବା ପରିବାର ପାଉ ଏହି ଚେତନା ରଖି ପାଠ କରିବା । ଏକ ଯୁକ୍ତ ଉର୍ଜା ର ବାତାବରଣ ସମଗ୍ର ବିଶ୍ୱ ରେ ଖେଳି ଯାଉ ଏହା ହିଁ ସାମୁହିକ ପଠନର ମୂଳ ଉଦ୍ଦେଶ୍ୟ ହେଉ । ଗୁରୁବାର ଦିନ ବାବାଙ୍କ ଫଟୋ କିମ୍ବା ମୂର୍ତ୍ତି ସାମାନାରେ ଏକ ଦୀପ ଜାଳି ସାଇ ସତଚରିତ ର ପଠନ ଆରମ୍ଭ କରିବା । ଏହି ପରି ନବରାତ୍ର ର ଶେଷ ପର୍ଯ୍ୟନ୍ତ ପାଠ କରିବା । ଏହି ନବରାତ୍ରୀ ଭିତରେ ସାଇ ବାବାଙ୍କର ପବିତ୍ର "💐💐ରାମ ନବମୀ 💐💐 ପଡୁଅଛି । ଶିରିଡି ରେ ଏହି ଉତ୍ସବ କେତେ ଧୁମଧାମରେ ପାଳନ ହୋଇ ଆସୁଥିଲା । ଏହି ବର୍ଷ ତାହା ଏତେ ଆଡ଼ମ୍ବରରେ ପାଳନ ହେବ ନାହିଁ ।
        ଆମେମାନେ ଆଜି ବିରାଟ ସୁଯୋଗ ପାଇଅଛୁ ଏହି ଉତ୍ସବ ଆମ ପରିବାର ଭିତରେ ମାନିବା । ଆମେ ସତଚରିତ ର ପଠନ ସହିତ ସ୍ତବନ ମଞ୍ଜରୀ ର ପାଠ ସହିତ ଆରତୀ ଗାନ କରିବା । ଭୋକିଲା ମୁହଁ ରେ ଖାଦ୍ୟ ଦେବା ସହିତ ଜୀବଜନ୍ତୁ କୁ ମଧ୍ୟ ଆହାର ଦେବା ଏହା ଆମେମାନେ ସମର୍ଥ ଅନୁସାରେ କରିବା । 
        ଚାଲନ୍ତୁ , ନବରାତ୍ରୀ ରେ ସଦଗୁରୁ ସାଇଙ୍କ ପାଖରେ ସକାଳ  ,ଦିପହର , ସନ୍ଧ୍ୟା ଓ ରାତିରେ ପ୍ରାଥନା କରି ଏହି ବିଶ୍ୱରୁ ମହାମାରୀ କୁ ଦୂର କରିବା ତତସହିତ ଆତଙ୍କ ର ବାତାବରଣ ଦୂରେଇ ଦେବା ।  ସବୁବେଳେ ସାଇ ସାଇ ସାଇ ଜପିବା









Comments

Popular posts from this blog

ସାଇ ବାଣୀ

                          ଜଗତର କଲ୍ୟାଣ ପାଇଁ ଗୁହାରୀ                         ***********************                   ନିଜର ଉନ୍ନତି ପାଇଁ ଜୀବନ ସାରା ସାଇଙ୍କୁ ମାଗି ଚାଲିଅଛୁ । ଦୟାଳୁ ସାଇ ଆମର କାମନା ପୁରଣ କରି ସାରିଲା ପରେ ମଧ୍ୟ ମାଗୁଣି କରୁଛୁ । ଆଜି ନିଜର ବିପଦ ସହିତ ଜଗତର ବିପଦ ମାଡ଼ି ଆସୁଅଛି । ସମସ୍ତେ ଭୟରେ ଅଛନ୍ତି । ଛୋଟ ଠାରୁ ବୟସ୍କ ପଯ୍ୟନ୍ତ ଚିନ୍ତା କେବଳ ଜୀବନ ରକ୍ଷା ପାଇଁ । ବିଶ୍ୱ ଏକ ମହାମାରୀ କୁ ସାମ୍ନା କରୁଛି  । କେତେ ଭୟ ସମସ୍ତଙ୍କଭିତରେ ।         ଏଭଳି କାଳ ରାକ୍ଷସକବଳରୁ ମୁକ୍ତି ର ବାଟ ଖୋଜୁଛି ଏହି ମାନବ ସମାଜ । ଭୂଲି ଯାଉଛି ଇଶ୍ଵରଙ୍କର ସୃଷ୍ଟି କୁ । ସୃଷ୍ଟି ପରେ ବିନାଶ ନିଶ୍ଚିତ ଏହି ଚେତନା ହଜିଯାଇଛି ମାୟାରେ ପଡ଼ି । ତଥାପି ଇଶ୍ଵର ଅନାଇ ଅଛନ୍ତି ସେଇ ସମର୍ପଣ ଭାବର ପ୍ରାଥନା କୁ ...ଇଶ୍ଵର ପାଖରେ ପହଞ୍ଚିବା ପାଇଁ ଯିଏ ଆମର ହାତ ଧରି ଅଛନ୍ତି ସେହି ଗୁରୁ ବି ଦେଖୁ ଅଛନ୍ତି ଆମମାନଙ୍କ ଭାବକୁ ।  ଗୁରୁ ଯେ ଭାବରେ ବନ୍ଧା ଏହି ଚେତନା ଏପରି ମୁହୁର୍ତ୍ତରେ ହଜିଯାଇଛି । ଆଦୌ ମନକୁ ଏପଟ ସେପଟ ନଲଗାଇ କିମ୍ବା ପାଗଳ ପ...